Wed. Jun 25th, 2025

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ଦାନ କଲେ ବ୍ରହ୍ମପୁରର ଛାତ୍ରୀ ଓ କପଡ଼ା ଦେକାନୀ

1 min read
Spread the love

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରୁ ଆସିଛି ଭଲ ଖବର। ଏଠାକାର ଆଇଆରଏଲ୍ ବିଦ୍ୟାଳୟର ଛାତ୍ରୀ ଆଦିଶା ଆଦାସମିତା କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ୩୧୫୦ଟଙ୍କା ଦାନ କରିଛନ୍ତି। ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପାଖକୁ ଯାଇ ଏହି ଅର୍ଥ ଦାନ କରିଛନ୍ତି।

ଠିକ୍ ସେହିପରି ବ୍ରହ୍ମପୁର ସହରର ଶଙ୍କର କପଡା ଷ୍ଟୋରର ମାଲିକ ଶଙ୍କର ନାରାୟଣ ସୁବୁଦ୍ଧି ବି କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ୧ ଲକ୍ଷ ୫୧୦୦ଟଙ୍କା ଦାନ କରିଛନ୍ତି। ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପାଖକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ଚେକ୍ ଆକାରରେ ଏହି ଅର୍ଥ ଦାନ କରିଛନ୍ତି।

Copyright © All rights reserved.