Sat. Feb 28th, 2026

କଂଗ୍ରେସକୁ ଫେରିଲେ ପୂର୍ବତନ ବିଧାୟକ ବିପିନ ଦାଶ

1 min read
Spread the love

ଭୁବନେଶ୍ବର : ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିପିନ ଦାଶ ନିଜ ପୂର୍ବ ଦଳ କଂଗ୍ରେସକୁ ଫେରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି। ଶ୍ରୀ ଦାଶଙ୍କ ଯୋଗଦାନକୁ ଘରବାହୁଡ଼ା ବୋଲି କହିବା ସହ ଏହା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବ ଓ ଦଳର ସ୍ଥିତିକୁ ମଜଭୁତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଓଡ଼ିଶା କଂଗ୍ରେସ ଟ୍ରେନିଂ ଇନ୍‌ଚାର୍ଜ୍ ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Copyright © All rights reserved.