ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ
1 min read
ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ। ଚଳିତ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରି ୨୨ ତାରିଖରେ ଶେଷ ହେଉ ଥିବାରୁ ଏହା ପୂର୍ବରୁ ନୂତନ ବିଧାନସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟାକୁ ଶେଷ କରାଯିବ ବୋଲି ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି ଦେଶର ନିର୍ବାଚନ କମିଶନ ସୁନୀଲ ଅରୋରା। ଏଥିସହ ଆଜି ଠାରୁ ସମଗ୍ର ଦିଲ୍ଲୀରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ମଧ୍ୟ ଲାଗୁ କରି ଦିଆ ଯାଇଥିବା ସେ କହିଛନ୍ତି।
ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଇଭିପି କାର୍ଯ୍ୟକ୍ରମ ଚାଲିଥିଲା ଏବଂ ୨୦୧୯ ଅକ୍ଟୋବର ୩୧ରେ ଏହା ଶେଷ ହୋଇଥିଲା । ତନଖି ପରେ ପାଖାପାଖି ୧.୪୪ ଲକ୍ଷ ଭୋଟରଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି । ଏହା ଗତ ଲୋକସଭା ନିର୍ବାଚନ ତୁଳନାରେ ପ୍ରାୟ ୧ ଲକ୍ଷ ଅଧିକ । ଦିଲ୍ଲୀ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏଥିଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।