Mon. Aug 11th, 2025

ଏଥର ଆସିବନି ପୂର୍ଣ୍ଣାଙ୍ଗ ବଜେଟ

1 min read
Spread the love

ନୂଆଦିଲ୍ଲୀ : ନିର୍ବାଚନ ବର୍ଷରେ ସଂସଦରେ ଅନ୍ତରୀଣ ବଜେଟ ପରିବର୍ତ୍ତେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବାର ନେଇ ଚାଲିଥିବା ଚର୍ଚ୍ଚା ଥମିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପୂର୍ଣ୍ଣ ନୁହେଁ ଅନ୍ତରୀଣ ବଜେଟ ଉପସ୍ଥାପିତ କରିବେ ବୋଲି ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିର୍ବାଚନ ବର୍ଷ ଅନ୍ତରୀଣ ବଜେଟ ଉପସ୍ଥାପନ ହେବାର ପରମ୍ପରା ରହିଛି। ପରମ୍ପରାକୁ ବଦଳାଇ ଚଳିତବର୍ଷ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଶେଷରେ ଅର୍ଥମନ୍ତ୍ରାଳୟ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ ବୋଲି ସ୍ପଷ୍ଟ ହେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଫେବୃଆରୀ ୧ରେ ସଂସଦରେ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ କିଏ ବଜେଟ ଉପସ୍ଥାପନ କରିବେ ତାହା ଜଣାପଡିନାହିଁ। ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ତାଙ୍କ କାର୍ଯ୍ୟଭାର ଏବେ ରେଳମନ୍ତ୍ରୀ ପିୟୁଷ ଗୋଏଲ୍‌ ସମ୍ଭାଳୁ ଥିବାରୁ ସେ ଏଥର ବଜେଟ ଉପସ୍ଥାପନ କରିପାରନ୍ତି ବୋଲି କୁହାଯାଉଛି।

Copyright © All rights reserved.