Sat. Feb 28th, 2026

ଘରୋଇ ସ୍କୁଲକୁ ଅଧିକ ପସନ୍ଦ କରୁଛନ୍ତି ଅଭିଭାବକ

1 min read
Spread the love


ନୂଆଦିଲ୍ଲୀ,୧୮।୧: ଦେଶରେ ଘରୋଇ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ଅଭିଭାବକମାନେ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି  ମଣିପୁରରେ ସର୍ବାଧିକ ୮୦.୪ ପ୍ରତିଶତ ପିଲା ଘରୋଇ ସ୍କୁଲରେ ପଢୁଛନ୍ତି। ସେହିପରି ମେଘାଳୟରେ ୫୮.୬, ହରିୟାଣାରେ ୫୫.୩, ଛତିଶଗଡ଼ରେ ୨୦, ଗୁଜରାଟରେ ୧୨.୪ , ଓଡ଼ିଶାରେ ୧୦.୫, ପଶ୍ଚିମବଙ୍ଗରେ ୭.୯ ପ୍ରତିଶତ ପିଲା ଘରୋଇ ସ୍କୁଲରେ ପଢୁଛନ୍ତି। ଦେଶର ୬୧୯ ଜିଲାରେ ହୋଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ସେହିପରି ବିହାରରେ ଛାତ୍ରୀଛାତ୍ରଙ୍କ ତୁଳନାରେ କମ୍‌ ଶିକ୍ଷକ ରହିଛନ୍ତି। ସ୍କୁଲରେ ଖେଳ ପଡ଼ିଆ ନ ଥିବା ମାମଲାରେ ଓଡ଼ିଶା ସବୁଠାରୁ ପଛରେ ରହିଛି। ଓଡ଼ିଶାର ୩୨ ପ୍ରତିଶତ ସ୍କୁଲରେ ଖେଳପଡ଼ିଆ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୯ ପ୍ରତିଶତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ନାହିଁ। ୧୪ ପ୍ରତିଶତ ସ୍କୁଲରେ ପିଇବା ପାଣି ସୁବିଧା ନ ଥିବାବେଳେ ୧୧.୫ ପ୍ରତିଶତ ସ୍କୁଲରେ ଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ ନାହିଁ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି।

Leave a Reply

Your email address will not be published.

Copyright © All rights reserved.