Wed. Jun 25th, 2025

ହୃଦୟ ଜିତିବାକୁ ଲଢ଼େ: ନବୀନ

1 min read
Spread the love

ଭୁବନେଶ୍ୱର,: ବିଜୁ ଜନତା ଦଳ(ବିଜେଡି) ନିର୍ବାଚନ ଜିତିବାକୁ ଲଢ଼େ ନାହିଁ। ଲୋକଙ୍କ ସେବା ଓ ହୃଦୟ ଜିତିବାକୁ ଲଢ଼େ। ଦଳ ଲୋକଙ୍କ ସ୍ନେହ ପାଇବା ପାଇଁ ଲଢ଼େ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନବୀନ ଦଳର ସଭାପତି ଭାବେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ମୋର ସାଢ଼େ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ବିଜେଡି କେବେ ହେଲେ ନିର୍ବାଚନ ଜିତିବାକୁ ଲଢ଼େ ନାହିଁ। ଲୋକଙ୍କ ସେବା ଓ ହୃଦୟ ଜିତିବାକୁ ଲଢ଼େ। ବିଜୁବାବୁ କହିଥିଲେ ସବୁବେଳେ ଜିତିବ ବୋଲି ଭାବନାହିଁ। ସର୍ବଦା ଲୋକଙ୍କ ସେବା କର। ଏହି ପରାମର୍ଶକୁ ଦଳ ମାନେ ବୋଲି ନବୀନ ସ୍ମରଣ କରି କହିଛନ୍ତି।

କାର୍ଯ୍ୟକ୍ରମରେ ଦଳର ଏମ୍‌ପି, ବିଧାୟକ, ମନ୍ତ୍ରୀ, ବରିଷ୍ଠ ନେତା, କାର୍ଯ୍ୟକାରିଣୀ ସଦସ୍ୟ, ଜିଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଛାମୁଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି। ନବୀନ ୧୯୯୭ ମସିହାରୁ କ୍ରମାଗତ ଭାବେ ଦଳର ମଙ୍ଗ ଧରି ଆସୁଛନ୍ତି। ବୁଧବାର ସେ ନିଜର ୮ମ ପାଳିରେ ଦଳର ଦାୟିତ୍ୱ ନେଇଛନ୍ତି।

Copyright © All rights reserved.