କଶ୍ମୀରର ବଡ୍ଗାମ୍ ଠାରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟନାଗ୍ରସ୍ତ; ଦୁଇ ପାଇଲଟ୍ ସହିଦ ହୋଇଥିବା ଆଶଙ୍କା
1 min read
ଶ୍ରୀନଗର: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ୍ଗାମ୍ ଅଞ୍ଚଳରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ବାଇସନ୍ ବିମାନ ଦୁର୍ଘଟନାଗ୍ରସ୍ତ ହୋଇଛି।
ଖବର ଅନୁସାରେ, ଦୁର୍ଘଟନାରେ ଦୁଇ ଜଣ ପାଇଲଟ୍ ସହିଦ ହୋଇଥିବା ସୂଚନା ରହିଛି । ପୁଲିସ ଘଟନାସ୍ଥଳକୁ ଯାଇଛି।
ଦୁର୍ଘଟନାର କାରଣ ଜାଣିବାକୁ ଭାରତୀୟ ବାୟୁସେନାର ବୈଷୟିକ ଦଳ ସେଠାରେ ପହଞ୍ଚିବେ ବୋଲି ବଡ୍ଗାମ୍ ଏସ୍ଏସ୍ପି କହିଛନ୍ତି। ଏ ପର୍ଯ୍ୟନ୍ତ ଘଟନାସ୍ଥଳରୁ ଦୁଇଟି ଶବ ଉଦ୍ଧାର କରାଯାଇଛି।
ସକାଳ ୧୦:୫ରେ ବଡ୍ଗାମ୍ର ଗାରେନ୍ଦ୍ କଲାନ୍ ଗ୍ରାମ ନିକଟ ଏକ ଖୋଲା ପଡ଼ିଆରେ ଏହି ଜେଟ୍ ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା।
ଜେଟ୍ ବିମାନଟି ଦୁଇଗଡ଼ ହୋଇ ଯାଇ ତତ୍କ୍ଷଣାତ୍ ନିଆଁ ଧରିଥିଲା। ଦୁର୍ଘଟନାସ୍ଥଳରେ ଗୋଟିଏ ଶବ ମିଳିଥିବା କଥା ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି।
ହଠାତ୍ ମୃତ ପାଇଲଟଙ୍କ ପରିଚୟ ଜାଣି ହୋଇ ନାହିଁ।
ସମ୍ପୃକ୍ତ ଅଞ୍ଚଳରେ ବ୍ୟାବସାୟିକ ବିମାନ ଚଳାଚଳ ବନ୍ଦ ରଖାଯାଇଛି।
ମିଗ୍-୨୧ ବାଇସନ୍ ହେଉଛି ଗୋଟିଏ ଇଞ୍ଜିନ୍, ଗୋଟିଏ ସିଟର୍ ମଲ୍ଟିରୋଲ୍ ଫାଇଟର୍/ ଗ୍ରାଉଣ୍ଡ୍ ଆଟାକ୍ ବିମାନ। ଏହା ଘଣ୍ଟାପ୍ରତି ୨୨୩୦ କିଲୋମିଟର୍ ବେଗରେ ଗତି କରେ।