Wed. Jun 25th, 2025

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ମୁହଁ ଖୋଲିଲେ ଇମ୍ରାନ୍‌ : ପାକିସ୍ତାନ ଉପରେ ଏହା ଭାରତର ଅଘୋଷିତ ଆକ୍ରମଣ

1 min read
Spread the love

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାର ୧୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିବା ଲାଗି ଉଦ୍ଦିଷ୍ଟ ଭାରତୀୟ ବାୟୁସେନାର ଅପରେସନ୍‌କୁ ପାକିସ୍ତାନ ଉପରେ ଅଘୋଷିତ ଆକ୍ରମଣ ଭାବେ ଅଭିହିତ କରିଛନ୍ତି। ଏଥିସହ ଇମ୍ରାନ କହିଛନ୍ତି କି ସମୟ ସୁଯୋଗ ଦେଖି ପାକିସ୍ତାନ ଏହାର କଡା ଜବାବ ଦେବ। ଅନ୍ୟପକ୍ଷରେ ସେ ପାକିସ୍ତାନର ସେନାବାହିନୀ ଓ ସାଧାରଣ ଲୋକଙ୍କୁ ସବୁପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ କରିବାକୁ ଆହ୍ଵାନ ଜଣାଇଛନ୍ତି।

ଏହି ଘଟଣାପରେ ଇମ୍ରାନ ଏକାଧିକ ଟ୍ଵିଟ୍‌ କରି ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ଅନ୍ତର୍ଜାତୀୟ ସମୁଦାୟକୁ ଭାରତର ଦାୟିତ୍ୱହୀନ ନୀତି ସଂପର୍କରେ ଅବଗତ କରାଇ ନିଜ ଦେଶ ସପକ୍ଷରେ ଜନମତ ସୃଷ୍ଟି କରିବେ ବୋଲି ସଙ୍କେତ ଦେଇଛନ୍ତି।

ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଜରିଆରେ ଇମ୍ରାନ ପ୍ରକାଶ କରିଛନ୍ତି କି ଭାରତରେ ନିର୍ବାଚନ ପାଖେଇ ଆସିଥିବାରୁ ଏଥିରୁ ଫାଇଦା ଉଠାଇବା ଲାଗି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ମାତ୍ର ଅନ୍ୟପକ୍ଷରେ ଏହା ଆଞ୍ଚଳିକ ଶାନ୍ତିକୁ କ୍ଷୁର୍ଣ୍ଣ କରିବା ଭଳି ସ୍ଥିତି ଉତ୍ପନ୍ନ କରୁଛି।

ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ସୁରକ୍ଷା କମିଟି ବୈଠକରେ ଇମ୍ରାନ୍‌ ବକ୍ତବ୍ୟ ରଖିଥିଲେ କି ଯେହେତୁ ଭାରତ ଆଘୋଷିତ ଆକ୍ରମଣ କରିଛି, ତେଣୁ ଉଚିତ ସମୟରେ ଏହାର ଜବାବ ଦିଆଯିବ।

Copyright © All rights reserved.