Tue. Jun 24th, 2025

ଆଇଆରସିଟିସି ଟେଣ୍ଡର ମାମଲା: ଲାଲୁ, ରାବିଡି ଏବଂ ତେଜସ୍ୱୀଙ୍କୁ ଜାମିନ

1 min read
Spread the love

ନୂଆଦିଲ୍ଲୀ, :  ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳର ମୁଖିଆ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡି ଦେବୀ, ପୁଅ ତେଜସ୍ୱୀ ଯାଦବ ଏବଂ ଅନ୍ୟ ଜଣଙ୍କୁ ଜାମିନ ଦେଇଛନ୍ତି । ଏହି ସମସ୍ତଙ୍କ ଉପରେ ଆଇଆରସିଟିସି ଘୋଟାଲାରେ ମନି ଲଣ୍ଡରିଙ୍ଗର ମାମଲା ଚାଲୁଥିଲା । ଲାଲୁ, ରାବଡି, ତେଜସ୍ୱୀଙ୍କୁ ଅଦାଲତ ୧ଲକ୍ଷ ଟଙ୍କାର ନିୟମିତ ଜାମିନ ମଞ୍ଜୁରୀ କରିଛନ୍ତି । ଏହି ମାମଲାରେ ଆଗାମୀ ଶୁଣାଣି ଫେବୃୟାରୀ ୧୧ରେ ହେବାକୁ ଯାଉଛି । 

ଜାମିନ ମିଳିବା ପରେ ତେଜସ୍ୱୀ କହିଛନ୍ତି କି, ଆମକୁ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କି ନ୍ୟାୟ ମିଳିବ । ଆମକୁ ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି । ଏହା ପୂର୍ବରୁ ଜାନୁଆରୀ ୧୯ରେ ଏହି ମାମଲାରେ ଶୁଣାଣି ହୋଇଥିଲା । ଏଥିରେ ଲାଲୁ ପ୍ରସାଦ ଯାଦବଙ୍କ ଅନ୍ତରିମ ଜାମିନ ଅବଧି ଜାନୁଆରୀ ୨୮କୁ ବୃଦ୍ଧି କରାଯାଇଥିଲା । ବିଶେଷ ନ୍ୟାୟାଧୀଶ ଅରୁଣ ଭରଦ୍ୱାଜ ଏହି ମାମଲାରେ ଲାଲୁଙ୍କ ପତ୍ନୀ ରାବଡି ଦେବୀ ଏବଂ ତେଜସ୍ୱୀଙ୍କ ଅନ୍ତରିମ ଅବଧି ଜାନୁଆରୀ ୨୮ ପର୍ଯ୍ୟନ୍ତ ବଢାଇଥିଲେ । 

ଅଦାଲତ କହିଥିଲେ କି, ଜାନୁଆରୀ ୨୮ରେ ଅଦାଲତ ଇଡି ମାମଲାରେ ଲାଲୁ ଏବଂ ଅନ୍ୟ ନିୟମିତ ଜାମିନ ଯାଚିକା ଉପରେ ନିଜର ନିର୍ଦ୍ଦେଶ ଶୁଣାଇବେ । ଏହି ମାମଲା ଆଇଆରସିଟିସିର ୨ହୋଟେଲ ସଂଚାଳନର ଠିକା ଘରୋଇ କମ୍ପାନୀକୁ ଦେବାକୁ କଥିତ ଅନିୟମିତତା ସହ ଜଡିତ । ଲାଲୁ ନିଜ ଓକିଲ ଜରିଆରେ ନିୟମିତ ଜାମିନ ଅନୁରୋଧ କରି ଅଦାଲତକୁ କହିଥିଲେ କି, ମୁଁ ସମନ ଜାରି ହେବା ପରେ ହାଜର ହୋଇଥିଲି ଏବଂ ମୋତେ ଗିରଫ କରିବା ଆବଶ୍ୟକ ନାହିଁ କାରଣ ସେତେବେଳେ ଗିରଫ କରିବାକୁ ଦାବି କରାଯାଇ ନଥିଲା । ସମସ୍ତ ଦସ୍ତାବିଜ ପ୍ରଥମରୁ ଜବତ ହୋଇ ସାରିଛି । 

ସେହି ସମୟରେ ଇଡି ଜାମିନ ଯାଚିକାକୁ ବିରୋଧ କରି କହିଛି କି, ଯାଂଚ୍ ସମୟରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରି ନଥିଲୁ । ଏବେ ଏଥିପାଇଁ କୁହା ଯାଉଛି କାରଣ ସେମାନେ ସାକ୍ଷୀଙ୍କୁ ବୟାନ ବଦଳାଇବା ପାଇଁ ଚାପ ପ୍ରୟୋଗ କରି ପାରନ୍ତି । କାରଣ ସାକ୍ଷୀମାନେ ହେଉଛନ୍ତି ତାଙ୍କର କିଛି କର୍ମଚାରୀ । ତେବେ ସେମାନଙ୍କୁ ଏବେ ଇଡି ପଚରାଉଚୁରା ଚଳାଇଛି ।   

Leave a Reply

Your email address will not be published.

Copyright © All rights reserved.