ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ ଧମକ ଦେଲା ଜେଇଏମ୍ ମୁଖିଆ ମାସୁଦ୍ ଆଝାର୍; କହିଲା ଚାପରେ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପରିସ୍ଥିତି ଭୟାବହ ହେବ
1 min read
ଇସଲାମାବାଦ୍: କୁଖ୍ୟାତ ତଥା ଏବେ ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ହୋଇ ପଡ଼ିଥିବା, ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ (ଜେଇଏମ୍)ର ମୁଖ୍ୟ ମାସୁଦ୍ ଆଝାର ଆଜି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଖୋଲା ଖୋଲି ଧମକ ଦେଇଥିବା ଜାଣିବାକୁ ମିଳିଛି। ଆଜି ଶୁକ୍ରବାରରେ ଜେଇଏମ୍ ମୁଖ୍ୟ ମାସୁଦ୍ ଆଝାର୍ ପାକିସ୍ତାନରେ ତା’ ସାପ୍ତାହିକ ସମ୍ବୋଧନ ବା ଭାଷଣ ଦେବା ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଦେଇଛି ଖୋଲା ଧମକ୍। କହିଛି, ଯଦି ଭାରତ ବା ଅନ୍ୟ କାହା ଚାପରେ ଆସି ତା’ ବିରୋଧରେ ବା ତା’ ସଂଗଠନ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ପରିସ୍ଥିତି ଅତ୍ୟନ୍ତ ଭୟାବହ ହେବ। ଏବଂ ଏଥିପାଇଁ ସଂପୂର୍ଣ୍ଣ ରୂପେ ଦାୟୀ ରହିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ବୋଲି ଧମକ୍ ଦେଇଛି ଜେଇଏମ୍ ମୁଖିଆ ମାସୁଦ୍।
ଏଥିସହ ପୁଲ୍ଓ୍ଵାମା ହାମ୍ଲା ପରେ ଭାରତର ଉଗ୍ରରୂପ ଆଗରେ ପାକିସ୍ତାନ ଯେପରି ନିଜର ଭୟାତୁର ଭାବ ପ୍ରକାଶ କରିଛି ସେଥିନେଇ ମଧ୍ୟ ନିଜର ଅସନ୍ତୋଷ ଭାବ ବ୍ୟକ୍ତ କରିଛି ଜେଇଏମ୍ ମୁଖିଆ ମାସୁଦ୍। ଏଥିନେଇ ଶୁକ୍ରବାର ଅବସରରେ ଜେଇଏମ୍ ମୁଖ୍ୟ ମାସୁଦ୍ ଆଝାର୍ ପାକିସ୍ତାନରେ ତା’ ସାପ୍ତାହିକ ସମ୍ବୋଧନ ବା ଭାଷଣ ଦେବା ଅବସରରେ ପାକିସ୍ତାନ ସରକାର ଓ ପାକିସ୍ତାନୀ ଗଣମାଧ୍ୟମର ତୀବ୍ର ଭର୍ତ୍ସନା କରିବା ପାଇଁ ସୁଦ୍ଧା କୁଣ୍ଠିତ ହୋଇନାହିଁ।