Thu. Mar 5th, 2026

ଜମାକାରୀଙ୍କ ଅର୍ଥ ସୁରକ୍ଷିତ ଅଛିି:ନିର୍ମଳା ସୀତାରମଣ

1 min read
Spread the love

ନୂଆଦିଲ୍ଲୀ : ୟେସ ବ୍ୟାଙ୍କ ସଂକଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜମାକାରୀ, ବ୍ୟାଙ୍କ ଓ ଅର୍ଥନୀତିର ସ୍ୱାର୍ଥରକ୍ଷା ପାଇଁ ସବୁପ୍ରକାରର ପଦକ୍ଷେପ ନିଆଯାଉଛି ।ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଏହି ମାମଲାର ଖୁବ ଶୀଘ୍ର ସମାଧାନ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଆଶ୍ୱାସନା ଦେଇଛନ୍ତି । ଉଭୟ ରିଜର୍ଭ ବ୍ୟାଙ୍କ ଓ ସରକାର ଏହା ଉପରେ ନଜର ରଖିଛନ୍ତି । ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

ଗତକାଲି ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଛନ୍ତି । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ । ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ନିଯୁକ୍ତ କରିଛି ।ୟେସ ବ୍ୟାଙ୍କ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଷ୍ଟକ ବଜାରରେ ୟେସ ବ୍ୟାଙ୍କର ସେୟାର ହ୍ରାସ ପାଇଛି ।

Copyright © All rights reserved.