Wed. Jun 25th, 2025

ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

1 min read
Spread the love

ଭୁବନେଶ୍ୱର,୨୦।୩(ବ୍ୟୁରୋ): ମହାମାରୀ କରୋନା ଭୂତାଣୁକୁ ନେଇ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ବାର୍ତ୍ତା ଦେଇଛନ୍ତି। ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି। କୋଭିଡ-୧୯ ସମଗ୍ର ମାନବଜାତି ଲାଗି ଏକ ଆହ୍ବାନ। ଏହି ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି ପାଇଁ ରବିବାର ସମସ୍ତେ ଘରେ ରୁହନ୍ତୁ। ଏଥିରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସୂଚନାଯୋଗ୍ୟ, ବିକଶିତ ରାଷ୍ଟ୍ର ଉପରେ କରୋନା ପ୍ରଭାବ ପଡ଼ୁଥିବାବେଳେ ଭାରତରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାବିବା ଠିକ୍‌ ନୁହେଁ। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ ନ ଥିଲେ ବାହାରକୁ ନ ଆସିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶେଷକରି ଜନତା କର୍ଫ୍ୟୁ ଅର୍ଥ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ଏଣୁ ଆସନ୍ତା ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Copyright © All rights reserved.