Wed. Jun 25th, 2025

ଜେ ପି ନଡ୍ଡାଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ : ସାମିଲ୍‌ ହେଲେ ଓଡ଼ିଶାର ବିଜେପି ନେତା

1 min read
Spread the love

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଆଜି ଜେ ପି ନଡ୍ଡା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଦାୟିତ୍ବ ମଧ୍ୟ ଗ୍ରହଣ କରିଛନ୍ତି। ଏହି କାର୍ଯକ୍ରମରେ ଓଡ଼ିଶାରୁ ବିଜେପି ନେତାମାନେ ସାମିଲ୍‌ ହୋଇଥିଲେ। ସୂଚନା ଅନୁସାରେ, ଓଡ଼ିଶା ବିଜେପି ଜାତୀୟ ପରିଷଦର ସଦସ୍ୟ ଏବଂ ସାଂସଦମାନେ ପ୍ରସ୍ତାବକ ରୂପେ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାକ୍ରିଷ୍ଣନଙ୍କୁ ଶ୍ରୀ ନଡ୍ଡାଙ୍କ ସପକ୍ଷରେ ସମର୍ଥନ ପତ୍ରର ସେଟ୍ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତି ତଥା ବିଜେପିର ସାଂସଦମାନେ ଉପସ୍ଥିତ ଥିଲେ।

Copyright © All rights reserved.