ଜାନୁଆରୀ ୨୫ରେ କାଳିଆ ସହାୟତା
1 min read
ଭୁବନେଶ୍ୱର: ଜାନୁଆରୀ ୨୫ ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ସହାୟତା। ପ୍ରାୟ ୧୨ରୁ ୧୪ ଲକ୍ଷ ଚାଷୀଙ୍କୁ ତାଲିକା ଯାଞ୍ଚ ପରେ ସହାୟତା ପ୍ରଦାନ କରାଯିବ ବୋଲି ସମବାୟ ସଚିବ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟ ଗ୍ରୀନ୍ ଫର୍ମ ଆବେଦନ ଶେଷ ହୋଇଛି। ପ୍ରାୟ ୬୦ଲକ୍ଷ ଚାଷୀ ଏଥିରେ ଆବେଦନ କରିଛନ୍ତି। ତେବେ ତାଲିକା ଯାଞ୍ଚବେଳେ ପ୍ରାୟ ୧ଲକ୍ଷ ଚାଷୀ ବାଦ୍ ପଡ଼ିଛନ୍ତି।
୩ଟି ପର୍ଯ୍ୟାୟରେ ଚାଷୀଙ୍କୁ ଏ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ସମବାୟ ସଚିବ।