Sat. Feb 28th, 2026

ଓଡ଼ିଶାରେ କେଜ୍‌ରିଓ୍ବାଲ

1 min read
Spread the love

ଭୁବନେଶ୍ୱର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ସନ୍ଧ୍ୟାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। 

ଓଡ଼ିଶା ଗସ୍ତରେ ଆସିଥିବା କେଜ୍‌ରିଓ୍ବାଲ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳୀୟ କର୍ମୀମାନେ ତାଙ୍କୁ ପାଛୋଟି ଆଣିବା ସହ ଏକ ବାଇକ୍‌ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନକୁ ଆଣିଛନ୍ତି। ତାଙ୍କ ସହ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ମଧ୍ୟ ଆସିଛନ୍ତି। 

Copyright © All rights reserved.