Fri. Oct 23rd, 2026

ଲେମ୍ବୁ ଚଟଣୀ……

1 min read
Spread the love

ଆବଶ୍ୟକ ସାମଗ୍ରୀ

ଲେମ୍ବୁ ୪ଟି, ଜୀରା ଏକ ଚାମଚ, ହେଙ୍ଗୁ ସାମାନ୍ୟ, କଳା ଲୁଣ ଅଧା ଚାମଚ, ଲାଲ ଲଙ୍କା ଅଧା ଚାମଚ, ଲୁଣ ଏବଂ ଚିନି ସ୍ବାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଲେମ୍ବୁଗୁଡିକୁ ଛୋଟ ଛୋଟ କାଟି ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡର ଜ୍ୟାର୍‌ରେ ରଖି ଅନ୍ୟ ସମସ୍ତ ସାମଗ୍ରୀଗୁଡିକୁ ମିଶାନ୍ତୁ। ଏହାକୁ ଭଲଭାବେ ଗ୍ରାଇଣ୍ଡ କରିଦିଅନ୍ତୁ। ଚାଖିବା ପରେ ଆବଶ୍ୟକ ହେଲେ ଚିନି କିମ୍ବା ଲୁଣ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଲେମ୍ବୁ ଚଟଣୀ, ଏହାକୁ ମଧ୍ୟାହ୍ନ କିମ୍ବା ରାତ୍ର ଭୋଜନ ସହ ଖାଇବାର ମଜା ନିଅନ୍ତୁ।

Copyright © All rights reserved.