Sat. Feb 28th, 2026

ଅମିତ ଶାହଙ୍କୁ ମାନହାନି ନୋଟିସ ପଠାଇଲେ ଦିଦି

1 min read
Spread the love

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମାନହାନି ନୋଟିସ୍‌ ପଠାଇଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି, ଭାଜପା ପ୍ରମାଣ କରୁ ଯେ ମମତା ତାଙ୍କ ପେଣ୍ଟିଂ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଟାର୍ଗେଟ କରିଥିଲେ। ଚିଟଫଣ୍ଡ ମାମଲାରେ ଟିଏମ୍‌ସି ସମ୍ପୃକ୍ତ ଥିବା ଦର୍ଶାଇବା ସହ ଶାହ କହିଥିଲେ ଦିଦି ଭଲ ଚିତ୍ର ଆଙ୍କି ଜାଣିଛନ୍ତି ଯାହାକୁ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାରେ କିଣିଛି। ଏହାର ଜବାବ ରଖି ଏବେ ମମତା ଉକ୍ତ ମାନହାନି ନୋଟିସ୍‌ ପଠାଇଛନ୍ତି। 

Copyright © All rights reserved.