Wed. Jun 25th, 2025

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦକ୍ଷତାର ସମୀକ୍ଷା ହେବା ଦରକାର

1 min read
Spread the love

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସଂଜୟ ପାଶଓ୍ୱାନ୍ ଏକ ବଡ଼ ବୟାନ୍ ଦେଇଛନ୍ତି। ବିଧାନ ପରିଷଦର ସଦସ୍ୟ ସଂଜୟ ପାଶଓ୍ୱାନ୍ କହିଛନ୍ତି ଯେ ବିହାରର ସବର୍ଣ୍ଣ ସମାଜ ଜାଣିଛନ୍ତି ଯେ ଏଠାରେ ସେମାନଙ୍କର କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ କହିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢିବା ପାଇଁ ସକ୍ଷମ, କାରଣ ବିହାରରେ ହରିଆନା,ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ଅପେକ୍ଷା ଦଳ ଅଧିକ ସଶକ୍ତ ଏବଂ ସକ୍ରିୟ। ଏହି ଶକ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଛନ୍ତି।

ସଂଜୟ ପାଶଓ୍ୱାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ଲୋକେ ରାଜ୍ୟରେ ବିଜେପିର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦକ୍ଷତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଦକ୍ଷତାର ସମୀକ୍ଷା ହେବା ଦରକାର ବୋଲି ସେ ଦାବି କରିଛନ୍ତି।

Copyright © All rights reserved.