Tue. Jul 21st, 2026

ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ

1 min read
Spread the love

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ ଚିନ୍ତା, ଅନିଦ୍ରା, ଅଧିକ ସମୟ ଫୋନ୍‌ରେ କଥା ହେବା, ଆବଶ୍ୟକତାଠାରୁ ଅଧିକ ଭାବିବା, ଥକ୍କାପଣ ଆଦି ଯୋଗୁ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥାଏ। ମୁଣ୍ଡବିନ୍ଧା ହେଲେ କୌଣସି କାମରେ ମନ ଲାଗେ ନାହିଁ। ଚିଡ଼ିଚିଡ଼ା ଲାଗିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଉପାୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ଧ୍ୟାନ :
ପ୍ରତିଦିନ ୧୦-୨୦ ମିନିଟ୍‌ ଧ୍ୟାନ କରନ୍ତୁ। ଏହ ଦ୍ୱାରା ମନ ଏବଂ ଶରୀରକୁ ଆରାମ ମିଳିବ। ମୁଣ୍ଡରେ ରକ୍ତପ୍ରବାହ ବଢ଼ିବ। ଫଳରେ ମୁଣ୍ଡବିନ୍ଧା ହେବ ନାହିଁ। ହସ୍ତପଦାସନ, ସର୍ବାଗାସନ ଏବଂ ହଳାସନ କଲେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳେ।

ପ୍ରଚୁର ପରିମାଣର ପାଣି ପିଅନ୍ତୁ :
ମୁଣ୍ଡବିନ୍ଧାର ମୁଖ୍ୟ କାରଣ ହେଲା ପାଣି ନ ପିଇବା। ତେଣୁ ଏଥିପାଇଁ କିଛି ସମୟ ଅନ୍ତରରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।

Copyright © All rights reserved.