Sun. Jan 18th, 2026

ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲି: ଶରଦ ପାୱାର

1 min read
Spread the love

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିଜେପି ସହ ମଶି ଏନସିପି ସରକାର ଗଢ଼ିବା ଲାଗି ପ୍ରସ୍ତାବ ଦେଇଥିଲେ ହେଲେ ସେ ତାକୁ ଅସ୍ବୀକାର କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଝିଅ ସୁପ୍ରିୟାଙ୍କୁ ସ୍ଥାନ ଦିଆଯିବାର ବି ପ୍ରସ୍ତାବ ମିଳିଥିଲା ମାତ୍ର ତାଙ୍କୁ ରାଷ୍ଟ୍ରପତି କରାଯିବା ନେଇ କିଛି ପ୍ରସ୍ତାବ ନ ଥିଲା କି, ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କିଛି କହି ନଥିଲେ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି।ମୋଦୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କ ଭଲ ଥିଲେ ବି ସେ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ ବି କହିଛନ୍ତି ଶରଦ ପାୱାର।

ମହାରାଷ୍ଟ୍ରରେ ବିଜେପି ସହ ମଶି ଏନସିପି ସରକାର ଗଢ଼ିବା ତାଙ୍କ ଦଳର ନିଷ୍ପତ୍ତି ନଥିଲା , ଏହା ଅଜିତ ପାଓ୍ଵରଙ୍କର ଭୁଲ ଥିଲା ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏଥିଲାଗି ଅଜିତ ତାଙ୍କୁ ଭୁଲ ବି ମାଗିଛନ୍ତି ବୋଲି ଏକ ସାକ୍ଷାତକାରରେ ସେ ଏକ ଗଣମାଧ୍ୟମକୁ କହିଛନ୍ତି।

Copyright © All rights reserved.