Wed. Jun 25th, 2025

ନିର୍ବାଚନ ପ୍ରଚାର ସାମଗ୍ରୀ ପ୍ରସ୍ତୁତିରେ ଆଉ ବ୍ୟବହାର ହୋଇ ପାରିବ ନାହିଁ ପ୍ଲାଷ୍ଟିକ

1 min read
Spread the love

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ ଏବେ ସବୁ କ୍ଷେତ୍ରରେ ନିଷେଧାଦେଶ ଜାରି କରାଯାଉଥିବା ବେଳେ ଏଣିକି ନିର୍ବାଚନ କାଳରେ ମଧ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର କରାଯାଇ ପାରିବ ନାହିଁ। ନିର୍ବାଚନ ପ୍ରଚାର କାଳରେ କୌଣସି ଦଳ ବା ପ୍ରାର୍ଥୀ ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ କୌଣସି ପ୍ରକାରର ସାମଗ୍ରୀ ବ୍ୟବହାର କରିପାରିବେ ନାହିଁ ବୋଲି ଆଜି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଦେବା ସହ ଅବିଳମ୍ବେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର କାଳରେ ପ୍ରାୟ ସବୁ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ପଭିସି ପଲିଥିନ୍‌, ସିନ୍ଥେଟିକ୍‌ ପ୍ଲାଷ୍ଟିକ, ପଲିମରରେ ବିଭିନ୍ନ ପ୍ରକାରର ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏବଂ ନିର୍ବାଚନ ସରିଯିବା ପରେ ଏସବୁ ପ୍ଲାଷ୍ଟିକରେ ପ୍ରସ୍ତୁତ ପ୍ରଚାର ସାମଗ୍ରୀକୁ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଯାହାକି ପରବର୍ତ୍ତୀ ସମୟରେ ପରିବେଶ ପାଇଁ ହାନୀକାରକ ସାବ୍ୟସ୍ତ ହେବା ସହ ପରିବେଶକୁ ପ୍ରଦୂଷିତ କରୁଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର କାଳରେ ପ୍ଲାଷ୍ଟିକର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବା ପାଇଁ ଏକ ଆବେଦନ ଆଗତ କରା ଯାଇଥିଲା।

Copyright © All rights reserved.