ନିର୍ମଳା ଙ୍କ ସ୍ଥାନରେ ଦେଶର ନୂଆ ଅର୍ଥମନ୍ତ୍ରୀ ହେବେ ପୀୟୁଷ ଗୋଏଲ!
1 min read
ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଦେଖା ଦେଇଥିବା ଆର୍ଥିକ ମନ୍ଦାବସ୍ଥା ଓ ଦେଶର ଖୁଚୁରା ବଜାରରେ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିକୁ ନେଇ ଏବେ କେନ୍ଦ୍ରର ମୋଦୀ-୨ ସରକାରଙ୍କୁ ଅନେକ ସମାଲଚୋନାର ଶରବ୍ୟ ହେବାକୁ ପଡ଼ିଛି। ଖାଲି ଏତିକି ନୁହେଁ, ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ସଂସଦର ଚଳିତ ଶୀତ ଅଧିବେଶନ କାଳରେ କେନ୍ଦ୍ର ସରକାରଙ୍କୁ ଘେରିବା ସହ ଅପଦସ୍ଥ କରିଛନ୍ତି। ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରୀ ଭାବେ ସଂପୂର୍ଣ୍ଣ ‘ଅପାରଗ’ ବୋଲି ଆକ୍ଷେପ କରିବାକୁ ସୁଦ୍ଧା କୁଣ୍ଠିତ ହୋଇନାହାନ୍ତି। ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଦେଖା ଦେଇଥିବା ଆର୍ଥିକ ମନ୍ଦାବସ୍ଥା ଓ ଦେଶର ଖୁଚୁରା ବଜାରରେ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିକୁ ନେଇ ଏବେ କେନ୍ଦ୍ରର ମୋଦୀ-୨ ସରକାରଙ୍କୁ ଅନେକ ସମାଲଚୋନାର ଶରବ୍ୟ ହେବାକୁ ପଡ଼ିଛି। ଖାଲି ଏତିକି ନୁହେଁ, ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ସଂସଦର ଚଳିତ ଶୀତ ଅଧିବେଶନ କାଳରେ କେନ୍ଦ୍ର ସରକାରଙ୍କୁ ଘେରିବା ସହ ଅପଦସ୍ଥ କରିଛନ୍ତି। ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରୀ ଭାବେ ସଂପୂର୍ଣ୍ଣ ‘ଅପାରଗ’ ବୋଲି ଆକ୍ଷେପ କରିବାକୁ ସୁଦ୍ଧା କୁଣ୍ଠିତ ହୋଇନାହାନ୍ତି।

ଏପରିକି ଚଳିତ ଡିସେମ୍ବର ଶେଷ ସୁଦ୍ଧା ନଚେତ୍ ଆସନ୍ତା ଫେବ୍ରୁଆରି ମାସରେ ୨୦୨୦- ୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥମନ୍ତ୍ରୀ ସ୍ତରରେ ବଡ଼ ଧରଣର ଏହି ଅଦଳବଦଳ କରି ପାରନ୍ତି ବୋଲି ବହୁ ଟୁଇଟର ବ୍ୟବହାରକାରୀ ମତ ରଖିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମୋଦୀ-୧ ସରକାରରେ ତତ୍କାଳୀନ ଅର୍ଥମନ୍ତ୍ରୀ ଥିବା ସ୍ୱର୍ଗତ ଅରୁଣ ଜେଟଲୀ ଯେତେବେଳେ ଗୁରୁତର ଅସୁସ୍ଥ ଥାଇ ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସାଧୀନ ଥିଲେ ସେତେବେଳେ କାମଚଳା ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ପୀୟୁଷ ଗୋଏଲ ୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ ସଂସଦରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ।
