Mon. Aug 11th, 2025

ଚମ୍ପିଆନ୍‌ ଅର୍ଚ୍ଚିତା ଏବେ ଲାଲପାନ୍ ବିବି

1 min read
Spread the love

ଭୁବନେଶ୍ୱର: ଓଲିଉଡର ଗ୍ଲାମରସ୍‌ ହିରୋଇନ୍‌ ଅର୍ଚ୍ଚିତା ଆସୁଛନ୍ତି ଚମ୍ପିଆନ୍‌ ଫିଲ୍ମରେ । ଏହାର ପ୍ରଯୋଜନା କରିଛନ୍ତି ଏନ୍‌.ଗଙ୍ଗାଧର ଓ ଦୀପ୍ତି। କେ.ମୁରଲୀ କ୍ରୀଷ୍ଣା ଫିଲ୍ମର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।‘ଚମ୍ପିଆନ୍‌’ ହେବ ଅର୍ଚ୍ଚିତାଙ୍କର ଏ ବର୍ଷ ଦ୍ୱିତୀୟ ସିନେମା।ଆଗାମୀ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ସିନେମା‘ଚମ୍ପିଆନ୍‌’।ଏହି ସିନେମାରେ ତାଙ୍କୁ ଲାଲପାନ ବିବି ଭାବରେ ବି ଦେଖିବାକୁ ମିଳିବ ।

ଡୋଙ୍ଗ୍ୟୁ ଏଣ୍ଟରଟେନମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି ଓଡିଆ ସିନେମାରେ ଅର୍ଚ୍ଚିତାଙ୍କୁ ଦର୍ଶକ ଚାରିଟି ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ସେ ଗାଆଁର ଜଣେ ସରଳ ଝିଅ, ତା’ପରେ ଯାତ୍ରା ଜଗତର ନାୟିକା ,ଏବଂ ଏହାପରେ ବକ୍ସର ଓ ଅବଶେଷରେ ବକ୍ସିଂ ଚମ୍ପିଆନ୍‌ ଭାବେ ନଜର ଆସିବେ।

‘ଚମ୍ପିଆନ୍‌’ର କାହାଣୀ ଅନୁଯାୟୀ ଅର୍ଚ୍ଚିତା ଏକ ଗାଆଁର ଝିଅ। ସମସ୍ତେ ଗାଆଁରେ ତାଙ୍କୁ ଭଲ ପାଉଥିଲେ। କିନ୍ତୁ ତାଙ୍କର ଇଛା ସେ ଜଣେ ବଡ଼ ବକ୍ସର ହେବେ।ଏଭଳି ସ୍ୱପ୍ନ ନେଇ ସେ ଘର ଛାଡ଼ି ଆସନ୍ତି ସହରକୁ। ହେଲେ ଏଠି ତାଙ୍କୁ ଘଟଣାକ୍ରମେ ଯାତ୍ରା ଜଗତରେ କାମ କରିବାକୁ ପଡ଼େ। ଯଲିଉଡ୍‌ର ସେ ପରିଚିତ ହୁଅନ୍ତି ଲାଲପାନ ବିବି ହିସାବରେ। ଲାଲପାନ ବିିବିଙ୍କର ଫ୍ୟାନ୍‌ ଫଲୋଅର୍‌ କିଛି କମ୍‌ ନାହାନ୍ତି ।

Copyright © All rights reserved.