ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ୍’
1 min read
ଭୁବନେଶ୍ୱର : ରିଲିଜ୍ ହୋଇଛି ସାଇଶ୍ରଦ୍ଧା ଟେଲିପ୍ରଡକସନ୍ର ନୂଆ ଓଡ଼ିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ୍’। ଏହି ଫିଲ୍ମ ଜରିଆରେ ଦୀର୍ଘ ବର୍ଷ ପରେ ଏକାଠି ନଜରକୁ ଆସିଛନ୍ତି ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ଅର୍ଚ୍ଚିତା।
ଏହା ସହ ମିହିର ଦାସ, ଅପରାଜିତା, ପ୍ରଦ୍ୟୁମ୍ନ ଲେଙ୍କା ଓ ବବି ମିଶ୍ରଙ୍କ ଭଳି କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ। ଲଭ୍ ଓ କମେଡି ମିକ୍ସ ଥିବା ଏହି ଫିଲ୍ମର ପ୍ରିମିୟର ସୋ’ କଟକ ବୃନ୍ଦାବନ ସିନେମା ହଲ୍ରେ ହୋଇଛି।

ନିହାର ଓ ବିନି ସାମଲଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିର୍ଦ୍ଦେଶକ ଅଶୋକ ପତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।