Sun. Jan 18th, 2026

ଅଏଲ୍‌ ଫ୍ରି ଚିକେନ୍‌ କରି

1 min read
Spread the love

ଆବଶ୍ୟକ ସାମଗ୍ରୀ:

କଟା ହୋଇଥିବା ଚିକେନ୍‌- ୧ କିଗ୍ରା, ୨୫୦ ମିଲିଗ୍ରାମ୍‌ ଦହି, ୧ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଜିରା, ୧ ଚାମଚ ଧନିଆ ପାଉଡର, ଅଧା ଚାମଚ ଗରମ ମସଲା, ଗୋଟିଏ ଲେମ୍ବୁର ରସ, ଛୋଟ ଛୋଟ କଟା ହୋଇଥିବା ୩ଟି ପିଆଜ, କଟା ହୋଇଥିବା ୩-୪ଟି କଞ୍ଚାଲଙ୍କା, ଛେଚା ହୋଇଥିବା ଅଳ୍ପ ରସୁଣ, ଅଦା, ୨ ଛୋଟ ଚାମଚ ଭିନେଗାର, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ଚିକେନ୍‌ରେ ଲେମ୍ବୁ ରସ ଏବଂ ପିଆଜ ଗୋଳାଇ ଏକ ଘଣ୍ଟା ରଖିଦିଅନ୍ତୁ। ତା’ ପରେ ଦହିରେ ସମସ୍ତ ମସଲାଗୁଣ୍ଡ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଚିକେନ୍‌ରେ ଢାଳି ମିଶାଇ ଦିଅନ୍ତୁ। ବର୍ତ୍ତମାନ ଚୂଲାରେ ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ ଗରମ କରି ସେଥିରେ ଚିକେନ୍‌ ପକାଇ ଘାଣ୍ଟନ୍ତୁ। ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ଚିକେନ ସିଝିବା ପରେ ଚୂଲା ବନ୍ଦ କରିଦିଅନ୍ତୁ। ବିନା ତେଲରେ ଆପଣଙ୍କ ଚିକେନ୍‌ ତରକାରି ପ୍ରସ୍ତୁତ। ସେଥିରେ ଧନିଆ ପତ୍ର ପକାଇ ପରଷନ୍ତୁ।

Copyright © All rights reserved.