Mon. Apr 20th, 2026

ଓଜନ ନିୟନ୍ତ୍ରଣ କରେ ସାଗୁଦାନା

1 min read
Spread the love

ସାଗୁଦାନା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ଏହାସାଙ୍ଗକୁ ସାଗୁଦାନା କାର୍ବୋହାଇଡ୍ରେଟ୍‌ର ଏହା ଉତ୍ତମ ଉତ୍ସ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହଁି। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ସାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ।

Copyright © All rights reserved.