Tue. Jun 24th, 2025

ଓୟୁଏଟି କୁଳପତି ଚୟନ ପ୍ରସଙ୍ଗ: ମାର୍ଚ୍ଚ ୬ ସୁଦ୍ଧା ଆବେଦନ

1 min read
Spread the love

ଭୁବନେଶ୍ବର : ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ନୂତନ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଗତ ମାସରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତିନିଜଣିଆ ସର୍ଚ୍ଚ କମିଟି ଗଠନ କରିଥିଲେ। କୃଷି ବିଭାଗ ସଚିବ କମିଟିର ଆବାହକ ରହିଥିବା ବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର କମିଟିର ଅଧ୍ୟକ୍ଷ ରହିଛନ୍ତି। ଓୟୁଏଟିର ପୂର୍ବତନ କୁଳପତି ଡ. କେ ପ୍ରଧାନ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ଡିଡିଜି ଡି କେ ଜେନା କମିଟି‌ର ସଦସ୍ୟ ରହିଛନ୍ତି। ଏବେ କୁଳପତି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ କୃଷି ଓ କୃଷି ସହ ଜଡ଼ିତ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଜଣେ ଶିକ୍ଷାବିତ୍‌ଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯିବ। ଓୟୁଏଟି ଆଇନ ୧୯୬୫ର ସେକ୍ସନ-୯(୨)ଅନୁଯାୟୀ ୬୫ବର୍ଷ ବୟସ ହେବା ପରେ କୌଣସି ବି ବ୍ୟକ୍ତିବିଶେଷ କୁଳପତି ପଦରେ ରହିପାରିବେ ନାହିଁ। କୁଳପତି ପଦ ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ତଥା ପ୍ରଫେସର୍‌ଙ୍କ ସର୍ବୋଚ୍ଚ ବୟସ ସୀମା ୨୦୧୯ ଏପ୍ରିଲ ୧ ସୁଦ୍ଧା ୬୨ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଫେସର୍‌ମାନେ ନିର୍ଦ୍ଧାରିତ ଫର୍ମାଟରେ ୪ଟି ସେଟ୍‌ର ବା‌ୟୋଡାଟା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ରିସର୍ଚ୍ଚ ସେକ୍ସନର ଡେପୁଟି ସେକ୍ରେଟାରିଙ୍କ ନିକଟକୁ ମାର୍ଚ୍ଚ ୬ ସୁଦ୍ଧା ପଠାଇ ପାରିବେ। ଏଥିସହ ଇମେଲ୍‌ ‘resch.agfe@gov.in’ ମାଧ୍ୟମରେ ବି ଆଗ୍ରହୀ ପ୍ରଫେସର ଓ ବ୍ୟକ୍ତିବିଶେଷମା‌ନେ ଆବେଦନ କରିପାରିବେ।

Copyright © All rights reserved.