Wed. Jun 25th, 2025

ଫଶ୍ଚିମବଙ୍ଗରେ ସିଏଏ ବିରୋଧରେ ପାସ୍‌ ହେଲା ପ୍ରସ୍ତାବ

1 min read
Spread the love

କୋଲକାତା,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାସ୍‌ ହୋଇଛି। ଏଭଳି ବିରୋଧକୁ ନେଇ ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ହୋଇଯାଇଛି। ଏହା ପୂର୍ବରୁ କେରଳ, ପଞ୍ଜାବ ଓ ରାଜସ୍ଥାନରେ ସିଏଏ ବିରୋଧ ପ୍ରସ୍ତାବ ପାସ୍‌ କରାଯାଇଛି। ବିଧାନସଭାରେ ଉପସ୍ଥାପନ କରାଯାଇଥିବା ପ୍ରସ୍ତାବରେ ସିଏଏକୁ ରଦ୍ଦ କରିବାକୁ କୁହାଯାଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସିଏଏକୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନ କେବଳ ସଂଖ୍ୟାଲଘୁଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ। ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ହିନ୍ଦୁ ଭାଇମାନଙ୍କୁ ମମତା ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗରେ ଆମେ ସିଏଏ, ଏନ୍‌ଆର୍‌ସି, ଏନ୍‌ପିଆର୍‌କୁ ଲାଗୁ କରିବାକୁ ଦେବୁନାହିଁ ବରଂ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବୁ ବୋଲି ମମତା କହିଛନ୍ତି।

Copyright © All rights reserved.