Tue. Aug 12th, 2025

ପୁଣି କଟକଣା : ଆଉ ପ୍ରଚାର କରିପାରିବେନି ପ୍ରବେଶ ବର୍ମା

1 min read
Spread the love

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଆଜି ପୁଣିଥରେ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ବିରୋଧରେ ନିର୍ବା‌ଚନୀ କଟକଣା ଲଗାଇଛନ୍ତି। ମାତ୍ର ୨ ଦିନ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ କମିସନ୍‌ ପ୍ରବେଶ ବର୍ମାଙ୍କୁ ୨୪ ଘଣ୍ଟା ନିର୍ବା‌ଚନୀ ପ୍ରଚାର କରିବାପାଇଁ ବାରଣ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହିଥିବାରୁ ପ୍ରବେଶଙ୍କ ବିରୋଧରେ ଏଭଳି କଟକଣା ଜାରି ହୋଇଛି। ପଶ୍ଚିମ ଦିଲ୍ଲୀର ଏହି ସାଂସଦ ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ନିର୍ବା‌ଚନ ପ୍ରଚାର କରିପାରିବେ ନାହିଁ ।

Copyright © All rights reserved.