Mon. Jan 19th, 2026

ଋଣ ଉପରେ ସୁଧହାର କମାଇଲା ଏସ୍‌ବିଆଇ

1 min read
Spread the love

ନୂଆଦିଲ୍ଲୀ,୩୧-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ଏକ୍ସଟରନାଲ ବେଞ୍ଚମାର୍କ ଭିତ୍ତିକ ରେଟ ବା ଋଣ ଉପରେ ସୁଧହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରିଛି। ଏହା ଦ୍ୱାରା ବ୍ୟାଙ୍କର ସୁଧହାର ୮.୦୫%ରୁ ୭.୮୦%କୁ ହ୍ରାସ ଘଟିଛି। ଜାନୁୟାରୀ ପହିଲାଠାରୁ ନୂଆ ହାର ଲାଗୁ ହେବ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ରହିଛି। ଏହି ସୁଧହାର ହ୍ରାସ ହେବା ପରେ ଏକ୍ସଟରନାଲ ବେଞ୍ଚମାର୍କ ଆଧାରିତ ଋଣ ଉପରେ ଘରର ଇଏମ୍‌ଆଇ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଋଣର କିସ୍ତିରେ ରିହାତି ମିଳିବ। ଘରକ୍ରେତାମାନେ ବର୍ତ୍ତମାନ ୭.୯୦% ଆରମ୍ଭ ସୁଧହାରରେ ଋଣ ନେଇ ପାରିବେ। ଏହା ପୂର୍ବରୁ ୮.୧୫% ରହିଥିଲା।

Copyright © All rights reserved.