Sun. Jan 18th, 2026

ଶକ୍ତି, ଇସ୍ପାତକୁ ନେଇ ଭାରତ-ଜାପାନ ଆଲୋଚନା

1 min read
Spread the love

ନୂଆଦିଲ୍ଲୀ: ଶକ୍ତି ଓ ଇସ୍ପାତ କ୍ଷେତ୍ରକୁ ନେଇ ଜାପାନ ଓ ଭାରତ ମଧ୍ୟରେ ଆଲୋଚନା ହୋଇଛି। ଜାପାନର ଅର୍ଥ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ହିରୋସି କାଜିୟାମାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି, ଜାପାନର ଅନେକ ଇସ୍ପାତ କଂପାନି ଭାରତୀୟ ସଂସ୍ଥା ସହ ମିଶି କାର୍ଯ୍ୟ କରୁଛନ୍ତି। ଏଲ୍‌ଏନ୍‌ଜି କ୍ଷେତ୍ରରେ ଭାରତକୁ ସହଯୋଗ ପ୍ରଦାନ କରିବାକୁ ଜାପାନର ମନ୍ତ୍ରୀ ସହମତି ପ୍ରଦାନ କରିଛନ୍ତି। ଦୀର୍ଘମିଆଦୀ ଚୁକ୍ତି ଆଧାରରେ ଭାରତ ଠାରୁ ଜାପାନ ଲୁହା ପଥର ଏବଂ ମୂଲ୍ୟବାନ ଇସ୍ପାତ ଆମଦାନି କରୁଛି। ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଭାରତ ୧୬୦ ବିଲିଅନ ଡଲାର ନିବେଶ କରିବାକୁ ଯାଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୧.୩ ଟ୍ରିଲିଅନ ଡଲାର ନିବେଶ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତର ଶକ୍ତି ଓ ଇସ୍ପାତ କ୍ଷେତ୍ର‌ରେ ପୁଞ୍ଜିନିବେଶ କରିବା ଲାଗି ଶ୍ରୀ ପ୍ରଧାନ ଜାପାନର କଂପାନିଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି।

Copyright © All rights reserved.