ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା
1 min read
ଭୂବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା ବେଳେ ଅନ୍ୟ ରାଜ୍ୟରେ ଥିବା ଲୋକମାନେ ଲକ୍ଡାଉନ୍ କୋହଳ ପରେ ରାଜ୍ୟକୁ ଫେରିଲେ କିଭଳି ରହିବେ ସେ ନେଇ ପରାମର୍ଶ ଦେଇଛନ୍ତି । ରାଜ୍ୟ ବାହାରେ ଥିବା ଲୋକ ଓଡ଼ିଶା ଫେରିବା ପରେ ନିଜ ନିଜ ପଂଚାୟତରେ ନାମ ପଂଜିକରଣ କରି ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ ଏବଂ ସେମାନଙ୍କୁ ୨ହଜାର ଟଙ୍କାର ସହାୟତା ରାଶି ପ୍ରୋତ୍ସାହନ ଭାବେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।