Wed. Apr 22nd, 2026

ଶୀତଦିନେ ଗୁଡ ଖାଇଲେ ମିଳେ ଫାଇଦା

1 min read
Spread the love

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ ଆସିବା ମାତ୍ରେ କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଏ। ଜ୍ୱର, ଥଣ୍ଡା ଏବଂ କାଶ ଆଦି ଲାଗି ରହେ। ଏଥିରୁ ଉପଶମ ପାଇବା ପାଇଁ ଗୁଡ ବେଶ୍‌ ଉପଯୋଗୀ । ଏଥିରେ ପ୍ରଚୁର ପରିମାଣର ଗ୍ଲୁକୋଜ, ଫ୍ରକ୍ଟୋଜ ଏବଂ କ୍ୟାଲସିୟମ ରହିଛି। ଯାହା ଶରୀରରେ ରକ୍ତ ସଂଚାଳନକୁ ରୋକିବାକୁ ଦିଏ ନାହିଁ ଏବଂ ଏଥିପାଇଁ ଥଣ୍ଡା ମଧ୍ୟ ହୁଏ ନାହିଁ। ଶୀତଦିନେ ଗୁଡ ଖାଇଲେ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ।
ଶୀତଦିନେ ହାଡ ସମସ୍ୟା ବେଶୀ ଦେଖାଯାଏ। ତେଣୁ ଗୁଡ଼ ସହ ଅଦା ମିଶାଇ ଖାଇଲେ ଏଥିରୁ ଉପଶମ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ପରିମାଣର କ୍ୟାଲସିୟମ ସହ ଫସ୍‌ଫରସ ରହିଛି। ଯାହା ହାଡ ପାଇଁ ଲାଭଦାୟକ। ଗୁଡ଼ ସେବନ କଲେ ଏସିଡିଟି, ଗ୍ୟାସ ଅବା ଆମ୍ବିଳ ହାକୁଡିରୁ ମୁକ୍ତି ମିଳେ।

Copyright © All rights reserved.