Wed. Jun 25th, 2025

ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ଜେଡିୟୁରୁ ବହିଷ୍କୃତ ପ୍ରଶାନ୍ତ କିଶୋର!

1 min read
Spread the love

ନୂଆଦିଲ୍ଲୀ : ଜନତା ଦଳ (ୟୁ)ର ବିଦ୍ରୋହୀ ନେତା ପ୍ରଶାନ୍ତ କିଶୋରଙ୍କୁ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଦଳରୁ ବହିଷ୍କାର କରିବା ପରେ ଏବେ ପ୍ରଶାନ୍ତ କିଶୋର କେଉଁ ଦଳରେ ଯୋଗ ଦେବେ ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ଯେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ।

ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କିଶୋର ବର୍ତ୍ତମାନ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ରଣନୀତିକାରର ଭୂମିକ ନିର୍ବାହ କରୁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରି ପ୍ରଶାନ୍ତ କିଶୋର ମଧ୍ୟ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଛନ୍ତି। ତୃଣମୂଳ କଂଗ୍ରେସର ସାଧାରଣ ସଂପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଭଲ ସମ୍ପର୍କ ରହିଛି। ସେ ନିର୍ବାଚନ ରଣନୀତିକାର ରୂପେ ପ୍ରଶାନ୍ତ କିଶୋର ଦଳ ପାଇଁ ଭଲ କାମ କରିଛ୍ତି । ଏବେ ମମତା ବାନାର୍ଜୀ ତାଙ୍କୁ ଦଳରେ ସ୍ଥାନ ଦେବେ କି ନା, ତାହା ସେ ନେବେ। ନିଜ ନାମ ଗୋପନ ରଖି ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ଯଦି ପ୍ରଶାନ୍ତ ଦଳରେ ସାମିଲ ହେବାକୁ ଚାହାଁନ୍ତି, ତେବେ ଖୋଲା ହୃଦୟରେ ତାଙ୍କୁ ସ୍ୱାଗତ କରାଯିବ, କାରଣ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ଦଳରେ ଯୋଗ ଦେଲେ ତାହା ତୃଣମୂଳ କଂଗ୍ରେସ ପାଇଁ ଭଲ ହେବ। ସୂଚନାଯୋଗ୍ୟ, ଜେଡିୟୁର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏଥିରେ ପ୍ରଶାନ୍ତ କିଶୋର ଉପସ୍ଥିତ ନ ଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ପରେ ଗତକାଲି ନୀତିଶ କୁମାର ଦଳର ଦୁଇ ନେତା ପ୍ରଶାନ୍ତ କିଶୋର ଏବଂ ପବନ ବର୍ମାଙ୍କୁ ଦଳରୁ ବହିଷ୍କାର କରିଥିଲେ।

Copyright © All rights reserved.