Wed. Apr 22nd, 2026

ଉପକାରୀ ତୁଳସୀ ରସ

1 min read
Spread the love

ତୁଳସୀ ରସରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ତୁଳସୀ ପତ୍ର ଚୋବାଇ ଖାଇଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡାକାଶରୁ ମଧ୍ୟ ମୁକ୍ତି ମିଳିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ପରୀକ୍ଷା କରି ଦର୍ଶାଇଛନ୍ତି, ତୁଳସୀ ପାଣିକୁ ଫୁଟାଇ ପିଇଲେ ନାନା ସମସ୍ୟା ଦୂର ହୁଏ।

– ତୁଳସୀ ପତ୍ରକୁ ଫୁଟାଇ ପିଇଲେ ହଜମ ପ୍ରକ୍ରିୟା ସହଜ ହୋଇଥାଏ।

– ମାନସିକ ଅବସାଦ ଦୂର ହୁଏ।

– ଥଣ୍ଡା କାଶ ଜନିତ ସମସ୍ୟା ଲାଗି ରହୁଥିଲେ ତୁଳସୀ ପତ୍ର ରସ ସହ ଅଳ୍ପ ବୁନ୍ଦା ମହୁ ମିଶାଇ ପିଇଲେ ତୁରନ୍ତ ଆରାମ ଲାଗେ।

– ପ୍ରତିଦିନ ସକାଳୁ ତୁଳସୀ ରସ ପିଇଲେ ମସ୍ତିଷ୍କ ତୀବ୍ର ବେଗରେ କାର୍ଯ୍ୟ କରିଥାଏ।

Copyright © All rights reserved.