Sun. Jan 18th, 2026

ବଡ଼ ଠାକୁରଙ୍କ ପଖାଳ

1 min read
Spread the love

ଭୁବନେଶ୍ୱର: ଜାଣିଛନ୍ତି, ଖାଲି ଓଡ଼ିଆ ଘରେ ନୁହେଁ, ଓଡ଼ିଆଙ୍କ ପ୍ରିୟ ବଡ଼ ଠାକୁରବି ଭାରି ଭଲ ପାଆନ୍ତି ପଖାଳକୁ। ସେଇଥି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ। ନାନା ନାଁରେ କାଳିଆ ପାଖରେ ପରଷା ହୁଏ ପଖାଳ।

ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି, “ପଖାଳ ଭାତରେ ଘି’ ତୋ ବୋପା ଖାଇଥିଲା କି” ।

ତା’ ହେଲେ ଆସନ୍ତୁ, ଆଜି ପଖାଳ ଦିବସରେ ଜାଣିବା ଆମ ପ୍ରିୟ ବଡ଼ ଠାକୁରଙ୍କ ପଖାଳ ସମ୍ପର୍କରେ।

କ’ଣ ଏହି ପଖାଳର ନାଁ

ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।

Copyright © All rights reserved.