Wed. Jan 14th, 2026

ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି

1 min read
Spread the love

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ। ନିର୍ବନ୍ଧ ମୁଦି ପିନ୍ଧିବା ଦିନ ଠାରୁ  କନ୍ୟାକୁ ପରଘର ସମ୍ପତ୍ତି ବୋଲି ପରିବାର ସଦସ୍ୟ ମଣିଥାନ୍ତି। ତେବେ ଏହି ଆଙ୍ଗୁଠିରେ ମୁଦି ପିନ୍ଧିବା ପଛରେ କ’ଣ  କାରଣ ରହିଛି ତାହା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହା ଜୀବନସାରା ପରସ୍ପର ପ୍ରତି ବିଶ୍ୱସ୍ତ ରହିବାର ପ୍ରତିଜ୍ଞାକୁ ସୂଚିତ କରେ। ନିର୍ବନ୍ଧ ମୁଦି ପିନ୍ଧିବାଠାରୁ ନୂତନ ସଂପର୍କର ଆରମ୍ଭ ହୁଏ ବୋଲି ଅନେକ କୁହନ୍ତି। ପ୍ରଥମେ ଏହି ପରମ୍ପରା ଗ୍ରୀସ୍‌ ଦେଶରୁ ଆରମ୍ଭ ହୋଇ ଧୀରେଧୀରେ ଅନ୍ୟ ଦେଶକୁ ବ୍ୟାପିଥିବା ଲୋକେ କୁହନ୍ତି। ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିବା ଦ୍ୱାରା ଏହା ସିଧାସଳଖ ହୃଦୟକୁ ଛୁଇଁଥାଏ। କାରଣ ଏହି ଆଙ୍ଗୁଠିର ଶିରାପ୍ରଶିରା ସିଧାସଳଖ ହୃଦୟ ସହ ସଂଯୁକ୍ତ ହୋଇଥିବା କୁହାଯାଇଥାଏ। ପରସ୍ପରର ଭଲପାଇବା ପ୍ରକାଶ କରିବାର ଏହା ଏକ ଉପାୟ। ଏହାଦ୍ୱାରା ଜୀବନର ପ୍ରଥମ ଶିଡ଼ି ଚଢିବାରେ ଉଭୟ ବରକନ୍ୟା ଉଭୟଙ୍କୁ ସହଯୋଗ କରୁଥିବା ଲୋକେ ବିଶ୍ୱାସ କରନ୍ତି ।

Copyright © All rights reserved.