Sat. Feb 28th, 2026

ଇତିହାସ ରଚିଲା ସେନ୍‌ସେକ୍ସ, ପ୍ରଥମ ଥର ୪୫,୦୦୦ ଉପରେ

1 min read
Spread the love

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷାରେ ଉତ୍ସାହିତ ହୋଇ ନିବେଶକମାନେ ଆଜି ବିପୁଳ ପରିମାଣର ସେୟାର କିଣାକିଣି କରିବାରୁ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଆଜି ଇତିହାସ ରଚିଛି। ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୪୫,୦୦୦ ପଏଣ୍ଟ୍‌ ଅତିକ୍ରମ କରିଛି। ୪୪୭ ପଏଣ୍ଟ୍‌ ବୃଦ୍ଧି ସହ ସେନ୍‌ସେକ୍ସ ୪୫,୦୮୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନିଫ୍‌ଟି ୧୨୫ ପଏଣ୍ଟ୍‌ ବୃଦ୍ଧି ସହ ୧୩,୨୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ବ୍ୟାଙ୍କ, ଟେଲିକମ୍ କଂପାନି, କଞ୍ଜ୍ୟୁମର୍‌ ଡ୍ୟୁରେବଲ୍, ଏଫ୍ଏମ୍‌ସିଜି, ଧାତବ, ଶିଳ୍ପ, ଫାଇନାନ୍ସ ଏବଂ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ସେୟାରକୁ ନିବେଶକମାନେ ଅଧିକ ମାତ୍ରାରେ କିଣିଥିଲେ। ଆଇସିଆଇସି୍ଆଇ ବ୍ୟାଙ୍କ, ଅଲଟ୍ରାଟେକ୍ ସିମେଣ୍ଟ୍, ସନ୍‌ ଫାର୍ମା ଆଦିର ସେୟାର ମୂଲ୍ୟ ବଢ଼ିଥିଲା।

Copyright © All rights reserved.