Sat. Feb 28th, 2026

ଜାନୁଆରିରୁ ହୋଣ୍ଡା କାର୍ ମହଙ୍ଗା ହେବ

1 min read
Spread the love

ନୂଆଦିଲ୍ଲୀ: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ ଆସନ୍ତା ଜାନୁଆରିରୁ ଏହାର ବିଭିନ୍ନ ମଡେଲ କାର୍‌ ମୂଲ୍ୟ ବୃଦ୍ଧି କରିବା ଯୋଜନା ରଖିଛି। ଏ ସଂପର୍କରେ କମ୍ପାନି ଡିଲରମାନଙ୍କୁ ସୂଚନା ଦେଇସାରିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି। ତେବେ କେଉଁ ମଡେଲର ମୂଲ୍ୟ କେତେ ବୃଦ୍ଧି ହେବ ତାହା ଜଣାପଡ଼ିନାହିଁ। ପୂର୍ବରୁ ମାରୁତି ସୁଜୁକି, ଫୋର୍ଡ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ରେନଲ୍ଟ ଆଦି କମ୍ପାନି ଜାନୁଆରିରୁ ମୂଲ୍ୟବୃଦ୍ଧି ସଂପର୍କରେ ଘୋଷଣା କରିସାରିଛନ୍ତି। କେବଳ କାର କମ୍ପାନି ନୁହେଁ, ହିରୋ ମୋଟୋକର୍ପ ମଧ୍ୟ ନୂଆବର୍ଷରୁ ବିଭିନ୍ନ ମଡେଲ ଗାଡ଼ି ମୂଲ୍ୟ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବ ବୋଲି ଘୋଷଣା କରିଛି।

Copyright © All rights reserved.