Sun. Aug 10th, 2025

ତେଲ ଦର ବୃଦ୍ଧି ହେତୁ ବଢ଼ିଲା ବସ୍‌ ଭଡ଼ା

1 min read
Spread the love

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପାଇବା କାରଣରୁ ଆଜି ରାଜ୍ୟ ସରକାର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଥିବା ସୂଚନା ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, କିଲୋମିଟର୍‌ ପିଛା ଅର୍ଡିନାରି ବାସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୭୫ରୁ ୭୬ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୦୫ ପଇସାରୁ ୧ ଟଙ୍କା ୦୭ ପଇସା ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି।କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ଟପି ଯାଇଥିବା ବେଳେ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ସେହିଭଳି ଭୁବନେଶ୍ବରରେ ମଧ୍ୟ ଦୀର୍ଘ ଦିନ ପରେ ପେଟ୍ରୋଲ ଦର ୮୪ ଟଙ୍କା ଏବଂ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଗତ ଶନିବାର ତୁଳନାରେ ରବିବାର ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୩୧ ପଇସା ବଢ଼ିଛି। ଡିଜେ

Copyright © All rights reserved.