Wed. Apr 15th, 2026

ଧନୀ ତାଲିକାରେ ମୁକେଶ ପ୍ରଥମ

1 min read
Spread the love

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ କରାଯାଇଛି। ରିଲାଏନ୍ସ କମ୍ପାନି ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତଭାବେ ୧୩ ବର୍ଷ ପାଇଁ ତାଲିକାର ଶୀର୍ଷରେ ରହିଛନ୍ତି। ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ବିତୀୟ, ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍ ପ୍ରତିଷ୍ଠାତା ଶିବ ନାଦର ତୃତୀୟ, ରାଧାକୃଷ୍ଣ ଦମାନି ଚତୁର୍ଥ, ହିନ୍ଦୁଜା ଭ୍ରାତା ପଞ୍ଚମ, ସାଇରସ ପୁନାୱାଲା ଷଷ୍ଠ, ପାଲୋଞ୍ଜି ମିସ୍ତ୍ରୀ ସପ୍ତମ, ଉଦୟ କୋଟାକ ଅଷ୍ଟମ, ଗୋଦରେଜ୍‌ ପରିବାର ନବମ ଏବଂ ଦଶମ ସ୍ଥାନରେ ଲକ୍ଷ୍ମୀ ନିବାସ ମିତ୍ତଲ ରହିଛନ୍ତି।

Copyright © All rights reserved.