ବାତ୍ୟା ଆଳରେ ପରିବା ଦର ଆକାଶ ଛୁଆଁ
1 min read
ଭୁବନେଶ୍ୱର: ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ବେପାରୀ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ।
ତେବେ ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ ରଖୁଛନ୍ତି। ଯାହା ଫଳରେ ପରିବା ବଜାରରେ ଦର ଆକାଶ ଛୁଆଁ ହୋଇଛି । ବଜାରରେ ପିଆଜ- ୭୦, ଆଳୁ-୨୪, ରସୁଣ- ୨୦୦, ଅଦା- ୧୫୦, ବାଇଗଣ- ୫୦, ପୋଟଳ- ୬୦, ବିଲାତି- ୫୦, ବିନସ୍- ୬୦, ବନ୍ଧାକୋବି- ୩୫ ଓ ଫୁଲକୋବି- ୬୦ ଟଙ୍କା ରହିଥିବା ଜଣାପଡିଛି ।