Sun. Jan 18th, 2026

ରସାବଳି ବନେଇବାର ପ୍ରଣାଳୀ

1 min read
Spread the love

ଆବଶ୍ୟକ ସାମଗ୍ରୀ– ଏକ କପ୍‌ ପନିର, ଚିନି ପାଉଡର- ୧ କପ୍‌, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧ ଚାମଚ, କ୍ଷୀର- ୨ କପ୍‌, ଆଲ୍‌ମଣ୍ଡ୍‌ ବାଦାମ ଛୋଟ ଛୋଟ ଖଣ୍ଡ- ୧/୨ ଚାମଚ, କାଜୁ ଛୋଟ ଛୋଟ ଖଣ୍ଡ- ୧ ଚାମଚ, ଚିନି – ୩ ଚାମଚ, କେଶର- ଅଳ୍ପ ପରିମାଣରେ ଓ ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି– ଏକ ବାଉଲ୍‌ରେ ଗୁଣ୍ଡ କରାଯାଇଥିବା ପନିର୍‌, ବେକିଂ ସୋଡା, ଚିନି ଗୁଣ୍ଡ, ସୁଜି, ୧/୨ ଚାମଚ ଅଳେଇଚ ପାଉଡରକୁ ଭଲଭାବେ ଗୋଳାନ୍ତୁ। ଏହି ମିଶ୍ରଣରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏକ ପାତ୍ରରେ କ୍ଷୀର ରଖନ୍ତୁ। ଏଥିରେ କେଶର ଓ ଅଳେଇଚ ମିଶାଇ କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଗ୍ୟାସ୍‌ରେ ଫୁଟାନ୍ତୁ। ଏବେ ଏଥିରେ ଚିନି ମିଶାଇ ୮ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ଆଞ୍ଚରେ ରଖନ୍ତୁ। ଏକ କଡ଼େଇରେ ତେଲ ଗରମ କରନ୍ତୁ। ଏଥିରେ ପନିର ଗୁଳାକୁ ପକାଇ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାକୁ କ୍ଷୀର ମିଶ୍ରଣରେ ପକାଇ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ଏଥିରେ କେଶର, କାଜୁ ଏବଂ ଆଲ୍‌ମଣ୍ଡ୍‌ ପକାଇ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରସାବଳି।

Copyright © All rights reserved.