Thu. Apr 16th, 2026

ସରକାରୀ ବ୍ୟାଙ୍କରେ ଅଧିକ ନିୟନ୍ତ୍ରଣ ଚାହିଲେ :ଶକ୍ତିକାନ୍ତ

1 min read
Spread the love

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଯୋଗଦାନ ପ୍ରାୟ ୬୦ ପ୍ରତିଶତ। ସରକାରୀ ବ୍ୟାଙ୍କ ଗୁଡ଼ିକ ସରକାରଙ୍କ ମାଲିକାନାରେ ଥିଲେ ମଧ୍ୟ ଏହାର ପରିଚାଳନାରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କର ସୀମିତ କ୍ଷମତା ରହିଛି। ଘରୋଇ ମାଲିକାନାରେ ଥିବା ବ୍ୟାଙ୍କ ଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ହାତରେ ଯେଉଁ କ୍ଷମତା ରହିଛି ସରକାରୀ ବ୍ୟାଙ୍କ କ୍ଷେତ୍ରରେ ତାହା ନାହିଁ। ଏଥିଯୋଗୁ ସରକାରୀ ଏବଂ ଘରୋଇ ବ୍ୟାଙ୍କ ଗୁଡ଼ିକ ପାଇଁ ସମତୁଲ କ୍ଷେତ୍ର ସୃଷ୍ଟି ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇ ଆସୁଥିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ସରକାରୀ ବ୍ୟାଙ୍କରେ ଅଧିକ ନିୟନ୍ତ୍ରଣ ଚାହିଛନ୍ତି। ଅହମ୍ମଦାବାଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସରକାରୀ ବ୍ୟାଙ୍କ ଗୁଡ଼ିକର କର୍ପୋରେଟ ଗଭର୍ଣ୍ଣାନ୍ସକୁ ଅଧିକ କଡ଼ାକଡ଼ି କରିବାକୁ ସେ ମନ୍ତବ୍ୟ ଦେଇଛନ୍ତି। ସରକାରୀ ବ୍ୟାଙ୍କ ଗୁଡ଼ିକରେ କଡ଼ାକଡ଼ି ଶାସନର ଅଭାବ ଏକ ବଡ଼ ସମସ୍ୟା। ଏଥିଯୋଗୁଁ ବ୍ୟାଙ୍କ ଗୁଡ଼ିକର ଏନପିଏ ବୃଦ୍ଧି ପାଇଛି, ପୁଞ୍ଜି ଅଭାବ ଦେଖାଦେଇଛି, ଠକେଇ ଏବଂ ବିପଦର ଠିକ୍ ପରିଚାଳନା ହୋଇପାରି ନାହିଁ ବୋଲି ସେ କହିଛନ୍ତି।

Copyright © All rights reserved.