Thu. Aug 7th, 2025

୧୦୧ ଟଙ୍କାରେ ପହଞ୍ଚିଲା ପେଟ୍ରୋଲ ଦର

1 min read
Spread the love

ଜୟପୁର: ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି | ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହେଲେ କି ? ତେବେ ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ନାହିଁ, ବରଂ ରାଜସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରକୁ ଚାଲିଯାଇଛି | ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୫୪ ପଇସାରେ ବିକ୍ରି ହୋଇଥିବାବେଳେ ସାଧାରଣ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୬୯ ପଇସାରେ ପହଂଚିଛି ।

ଏଭଳି ପରିସ୍ଥିତିରେ ସାଧାରଣ ନାଗରିକ ତଥା ବ୍ୟବସାୟୀମାନେ ରାଜ୍ୟରେ ଭାଟ୍ ହାର ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଦେଶର ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସର୍ବାଧିକ ଭାଟ୍ ଲାଗୁ କରାଯାଏ | ରାଜସ୍ଥାନରେ ପେଟ୍ରୋଲ ଉପରେ ରାଜ୍ୟ ୩୮ ପ୍ରତିଶତ ଭାଟ୍ ଆଦାୟ କରୁଥିବାବେଳେ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଆଦାୟ କରାଯାଏ | ଆଉ ଅଧିକ ଭାଟ ସଂଗ୍ରହ ହେଉଥିବାବେଳେ କରୋନା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟିକସ ଲାଗୁ କରିଛନ୍ତି। ଯେଉଁ କାରଣରୁ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ଆକାଶଛୁଆଁ ହୋଇଛି |ଜୟପୁର: ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି | ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହେଲେ କି ? ତେବେ ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ନାହିଁ, ବରଂ ରାଜସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରକୁ ଚାଲିଯାଇଛି | ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୫୪ ପଇସାରେ ବିକ୍ରି ହୋଇଥିବାବେଳେ ସାଧାରଣ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୬୯ ପଇସାରେ ପହଂଚିଛି ।ଏଭଳି ପରିସ୍ଥିତିରେ ସାଧାରଣ ନାଗରିକ ତଥା ବ୍ୟବସାୟୀମାନେ ରାଜ୍ୟରେ ଭାଟ୍ ହାର ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଦେଶର ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସର୍ବାଧିକ ଭାଟ୍ ଲାଗୁ କରାଯାଏ | ରାଜସ୍ଥାନରେ ପେଟ୍ରୋଲ ଉପରେ ରାଜ୍ୟ ୩୮ ପ୍ରତିଶତ ଭାଟ୍ ଆଦାୟ କରୁଥିବାବେଳେ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଆଦାୟ କରାଯାଏ | ଆଉ ଅଧିକ ଭାଟ ସଂଗ୍ରହ ହେଉଥିବାବେଳେ କରୋନା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟିକସ ଲାଗୁ କରିଛନ୍ତି। ଯେଉଁ କାରଣରୁ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ଆକାଶଛୁଆଁ ହୋଇଛି |

Copyright © All rights reserved.