Tue. Jan 13th, 2026

୧୫ ବର୍ଷର ପୁରୁଣା ବାଣିଜ୍ୟିକ ଗାଡ଼ି, ୨୦ ବର୍ଷର ପୁରୁଣା ବ୍ୟକ୍ତିଗତ ଗାଡ଼ି ରାସ୍ତାରୁ ହଟିବ

1 min read
Spread the love

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ବହୁ ପ୍ରତୀକ୍ଷିତ ସ୍କ୍ରାପେଜ୍‌ ନୀତିର ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ ରାସ୍ତାରୁ ୧୫ ବର୍ଷରୁ ଅଧିକ ସମୟର ବାଣିଜ୍ୟିକ ଗାଡ଼ି ଏବଂ ୨୦ ବର୍ଷରୁ ଅଧିକ ସମୟର ବ୍ୟକ୍ତିଗତ ଗାଡ଼ିକୁ ହଟାଇ ଦିଆଯିବ। ଅର୍ଥାତ୍ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରଦୂଷଣ ସୃଷ୍ଟିକାରୀ ଏବଂ ଅନୁପଯୁକ୍ତ ଗାଡ଼ିଗୁଡ଼ିକୁ ରାସ୍ତାରେ ଚାଲିବାକୁ ଅନୁମତି ଦିଆଯିବ ନାହିଁ। ସେହି ଗାଡ଼ିକୁ ବଦଳାଇ ନୂଆ ଗାଡ଼ି ଆଣିବାର ସୁଯୋଗ ପ୍ରଦାନ କରାଯିବ। ତେବେ ଏହି ନୀତି ସ୍ବେଚ୍ଛାକୃତ ରହିବ। ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିସ୍ତୃତ ନୀତି ପରେ ଆସିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌ରେ କହିଛନ୍ତି। ସ୍ବୟଂକ୍ରିୟ ପରୀକ୍ଷା କେନ୍ଦ୍ରରେ ଗାଡ଼ିଗୁଡ଼ିକୁ ଅନୁପଯୁକ୍ତ ଘୋଷଣା କରାଯିବ। ତେବେ ଏହି ନୀତିରେ ସାମିଲ ହୋଇଥିବା ଗ୍ରାହକମାନେ ନୂଆ ଗାଡ଼ି କିଣିବା ସମୟରେ ସେମାନଙ୍କୁ ସଡ଼କ ଟିକସ ଓ ଅନ୍ୟାନ୍ୟ ବାବଦରେ ରିହାତି ଦିଆଯାଇ ପ୍ରୋତ୍ସାହିତ କରାଯିବ ବୋଲି ଆଶା କରାଯାଉଛି।

Copyright © All rights reserved.