Sat. Feb 28th, 2026

ଆମେରିକା-ଚୀନ୍‌ ଲଢ଼େଇ:ଭାରତକୁ ଲାଭ, ୮୨୮୫ କୋଟି

1 min read
Spread the love

ନୂଆଦିଲ୍ଲୀ : ‌ବିଶ୍ବର ଦୁଇ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇରେ ଭାରତକୁ ଲାଭ ମିଳିଛି। ଜାତିସଂଘର ସଂସ୍ଥା ‘ୟୁଏନ୍‌ସିଟିଏଡି’ ଏହାର ରିପୋର୍ଟରେ ଏକଥା ଜଣାଇଛି। ତେବେ ବଡ଼ ଧରଣର ଲାଭ ହାସଲ କରିବାରେ ଭାରତ ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଲଢ଼େଇରୁ ସବୁଠୁ ଅଧିକ ଲାଭ ତାଇୱାନ, ମେକ୍ସିକୋ ଓ ୟୁରୋପୀୟ ସଂଘକୁ ମିଳିଛି। କୋରିଆ, କାନାଡା ଓ ଭାରତକୁ କମ୍ ଲାଭ ମିଳିଛି।

ବାଣିଜ୍ୟ ଲଢ଼େଇର ପ୍ରଭାବ ଯୋଗୁ ଆମେରିକାକୁ ଭାରତ ଅଧିକ ୭୫୫ ନିୟୁତ ଡଲାର (ପ୍ରାୟ ୫୨୮୫ କୋଟି ଟଙ୍କା)ର ରପ୍ତାନି କରିପାରିଛି। ୨୦୧୯ର ପ୍ରଥମ ଛଅ ମାସ ଭିତରେ ଭାରତ ଅଧିକ ପରିମାଣର ରାସାୟନିକ ପଦାର୍ଥ, ଧାତୁ ଏବଂ ପଥର ଆମେରିକାକୁ ପଠାଇଥିବା ୟୁଏନ୍‌ସିଟିଏଡି ରିପୋର୍ଟରୁ ଜଣାପଡ଼ିଛି।

Copyright © All rights reserved.