Mon. Mar 2nd, 2026

୫ଜି ସେବା ଆହୁରି ୫ ବର୍ଷ ବିଳମ୍ବ ହେବ

1 min read
Spread the love

ନୂଆଦିଲ୍ଲୀ: ସାରା ବିଶ୍ବରେ ୫ଜି ମୋବାଇଲ୍ ସେବାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ଭାରତୀୟ ଗ୍ରାହକମାନେ ଏହି ସେବା ପାଇବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଅତ୍ୟଧିକ ଆଧାର ମୂଲ୍ୟ, କମ୍ ସ୍ପେକ୍ଟ୍ରମ୍ ଓ ନୂତନ ବ୍ୟାଣ୍ଡ୍‌ର ଅଭାବ ରହିଥିବାରୁ ୫ଜି ସେବା ଆରମ୍ଭ ହେବାରେ ୫ ବର୍ଷ ବିଳମ୍ବ ହୋଇପାରେ ବୋଲି ଆକଳନ କରାଯାଇଛି। ସେଲ୍ୟୁଲାର ଅପରେଟର ଆସୋସିଏସନ୍ ଅଫ୍‌ ଇଣ୍ଡିଆ (ସିଓଏଆଇ)ର ଡାଇରେକ୍ଟର ଜେନେରାଲ୍‌ ରାଜନ ମାଥ୍ୟୁସ୍‌ କହିଛନ୍ତି ଯେ, ୫ଜିକୁ ଆମେ ଅତିକମ୍‌ରେ ପାଞ୍ଚ ବର୍ଷ ଘୁଞ୍ଚାଇବୁ। ପ୍ରଥମରୁ ମୂଲ୍ୟକୁ ନେଇ ସମସ୍ୟା ରହିଛି। ଏକ ମେଗାହର୍ଚର ମୂଲ୍ୟ ରଖାଯାଇଛି ୪୯୨ କୋଟି ଟଙ୍କା। ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକ ଉପରେ ଯେଉଁଭଳି ଋଣ ବୋଝ ରହିଛି ତାହାକୁ ବିଚାରକୁ ନେଲେ ଏହି ମୂଲ୍ୟ ବହୁତ ଅଧିକ ହୋଇଯାଉଛି ବୋଲି ମାଥ୍ୟୁସ୍‌ କହିଛନ୍ତି।
ଗୁଡ଼ିକ ଉପରେ ୯୨ ହଜାର‌ କୋଟି ଟଙ୍କାର ଅତିରିକ୍ତ ବୋଝ ଲଦିଦେଇଛି।

ଟେଲିକମ୍ କଂପାନିଗୁଡ଼ିକ ଲାଗି ଗିୟର୍‌ ନିର୍ମାଣ କରୁଥିବା ସ୍ବିଡେନ୍‌ର କଂପାନି ଏରିକ୍ସନ୍ ତରଫରୁ ଆକଳନ କରାଯାଇଥିଲା ଯେ, ୨୦୨୦ ସୁଦ୍ଧା ଭାରତରେ ୫ଜି ସେବା ଆରମ୍ଭ ହୋଇଯିବ। ଏବେ କିନ୍ତୁ ଏହି ସଂସ୍ଥା‌ ନିଜର ଆକଳନ ବଦଳାଇ କହିଛି ଯେ, ୫ଜି ସେବା ପାଇଁ ଭାରତକୁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ୨୦୨୫ ସୁଦ୍ଧା ଦେଶର ମାତ୍ର ୧୧% ମୋବାଇଲ୍‌ ଗ୍ରାହକଙ୍କୁ ୫ଜି ସେବା ବ୍ୟବହାର କରୁଥିବା ଦେଖିବାକୁ ମିଳିବ ବୋଲି ଏହି ସଂସ୍ଥା ଆକଳନ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଅନୁଯାୟୀ, ୩୩୦୦-୩୬୦୦ ମେଗାହର୍ଚ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍ ପ୍ରଦାନ କରାଯିବ। ସ୍ପେକ୍ଟ୍ରମ୍‌କୁ ୨୦ ମେଗାହର୍ଚ ଲେଖାଏଁ ବ୍ୟାଣ୍ଡ୍‌ରେ କଂପାନିଗୁଡ଼ିକୁ ଦିଆଯିବ। ସେହି ଅନୁସାରେ ଯଦି ଗୋଟିଏ କଂପାନି ୧୦୦ ମେଗାହର୍ଚ ୫ଜି ସ୍ପେକ୍ଟ୍ରମ୍ କିଣିବାକୁ ଚାହିବ ତେବେ ତାହାକୁ ୫୦ ହଜାର କୋଟି ଟଙ୍କା ଗଣିବାକୁ ପଡ଼ିବ। ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକ ଉପରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କାର ଋଣ ବକେୟା ରହିଛି। ତାହାକୁ ଯଦି ବିଚାରକୁ ନିଆଯିବ ତେବେ କୌଣସି କଂପାନି ଏତେ ଉଚ୍ଚ ଦରରେ ସ୍ପେକ୍ଟ୍ରମ୍ କିଣିବା ଭଳି ସ୍ଥିତିରେ ନାହାନ୍ତି ବୋଲି କହିଲେ ଭୁଲ ହେବନାହିଁ। ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ କଂପାନି ଯାହା ଲାଭରେ ଚାଲିଛି। ବାକି କଂପାନିଗୁଡ଼ିକ କ୍ଷତି ସହୁଛନ୍ତି। ଏହା ବ୍ୟତୀତ ନିକଟରେ ଏଜିଆର୍‌କୁ ନେଇ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଟେଲିକମ୍ କଂପାନି

Copyright © All rights reserved.