Sun. Jan 18th, 2026

ଚନ୍ଦ୍ରକୁ ଯିବ ମଣିଷର ଅବଶେଷ!

1 min read
Spread the love

ମଣିଷର ମର ଶରୀରକୁ ଚନ୍ଦ୍ରରେ କବର ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ଏକ ଘରୋଇ ମାର୍କିନ୍‌ କ˚ପାନି। ଏକଦା ଆମେରିକାର ମହାକାଶ ଗବେଷଣା ସ˚ସ୍ଥା ‘ନାସା’ରେ କାର୍ଯ୍ୟ କରୁଥିବା ଟମାସ୍‌ ସିଭେଟ୍‌ ନାମକ ଯନ୍ତ୍ରୀ ଏଥି ପାଇଁ ଏକ ପ୍ରକଳ୍ପ ନିର୍ମାଣ କରିଛନ୍ତି। ପ୍ରକଳ୍ପର ନାମ- ‘ଏଲିଜିଅମ୍‌ ସ୍ପେସ୍‌’। ଏହି ପ୍ରକଳ୍ପକୁ ଆଂଶିକ ସଫଳତା ମିଳିସାରିଲାଣି। ଏହା ମାଧ୍ୟମରେ ପ୍ରାୟ ଶହେ ମଣିଷଙ୍କ ଅବଶେଷ(ମୁଖ୍ୟତଃ ଭସ୍ମ) ମହାଶୂନ୍ୟକୁ ଯାଇସାରିଲାଣି। ଜଣେ ମଣିଷଙ୍କ ଅବଶେଷ ମହାଶୂନ୍ୟକୁ ପଠାଇବା ପାଇଁ ତାଙ୍କ ଆତ୍ମୀୟ-ସ୍ବଜନ ଦେଉଛନ୍ତି ପଚିଶ ଶହ ମାର୍କିନ୍‌ ଡଲାର୍‌। ୨୦୦୫ରେ ପ୍ରଥମେ ଏଥି ପାଇଁ ଉଦ୍ୟମ ହୋଇଥିଲା। ତେବେ, ଉଦ୍ୟମ ବିଫଳ ହୋଇଥିଲା। ଗତ ବର୍ଷ ପ୍ରଥମ ଥର ପାଇଁ ସଫଳତା ମିଳିଥିଲା। ଏବେ ମରଶରୀରର ଅବଶେଷ ଚନ୍ଦ୍ରକୁ ପଠାଇବା ପାଇଁ ଉଦ୍ୟମ ଚାଲିଛି। ‘ଗ୍ରିଫିନ୍‌ ଲାଣ୍ତର‌୍‌’ ମହାକାଶଯାନ ଦ୍ବାରା ମରଶରୀରକୁ ଚନ୍ଦ୍ରରେ ପହଞ୍ଚାଇବା ପରେ ଧାର୍ମିକ ବିଧି ଅନୁଯାୟୀ କବର ଦିଆଯିବ ବୋଲି କଂପାନି ପକ୍ଷରୁ ଘୋଷଣା କରାଯାଇଛି। କୌଣସି ମୃତକଙ୍କ ସ˚ପର୍କୀୟ ଚାହିଁଲେ ଏବେଠାରୁ ଏ ବାବଦକୁ ଅଗ୍ରୀମ ଅର୍ଥ ଦାଖଲ କରି ସ୍ଥାନ ଆରକ୍ଷିତ କରିପାରିବେ। ଏଥି ପାଇଁ ଦେବାକୁ ପଡ଼ିବ ଭାରତୀୟ ମୁଦ୍ରାରେ ପ୍ରାୟ ଦଶ ଲକ୍ଷ ଟଙ୍କା।

Copyright © All rights reserved.