Thu. Mar 5th, 2026

ଯାନ ଦର ବଢ଼ାଇବ ରେନୋ

1 min read
Spread the love

ନୂଆଦିଲ୍ଳୀ,: ପ୍ରମୁଖ ୟୁରୋପିଆନ ଅଟୋମୋବାଇଲ ବ୍ରାଣ୍ଡ ରେନୋ ପକ୍ଷରୁ ଭାରତ ବଜାର ଲାଗି ଏହାର ବିଭିନ୍ନ ମଡେଲ ଯାନ ଉପରେ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ବିଭିନ୍ନ ରେଞ୍ଜର ଯାନ ଉପରେ ଏହି ଦର ବୃଦ୍ଧି ଜାନୁୟାରୀ ପହିଲାରୁ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। ଇନ୍‌ପୁଟ ଏବଂ ମାଟେରିଆଲ ମୂଲ୍ୟ ବଢିବା ଯୋଗୁ ଏଭଳି ମୂଲ୍ୟ ବୃଦ୍ଧି ଘଟିଥିବା କମ୍ପାନୀ ସୂତ୍ରରୁ ସୂଚନା ରହିଛି। ଭିନ୍ନ ଭିନ୍ନ ମଡେଲ ଉପରେ ଏହି ମୂଲ୍ୟ ବୃଦ୍ଧି ଅଲଗା ରହିବ। କେଉଁ ମଡେଲ ଉପରେ କେତେ ମୂଲ୍ୟ ବଢିବ ସେ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Copyright © All rights reserved.